ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି। କରଞ୍ଜିଆ ଥାନା ପୋଲିସ ଏହି ଘଟଣାରେ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
କରଞ୍ଜିଆରେ ରହୁଥିବା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକର କନିଷ୍ଠ ଯନ୍ତ୍ରୀ ଯଦୁମଣି ନାୟକ ମଧ୍ୟାହ୍ନ୧୨ଟା ସମୟରେ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ପ୍ଲାଷ୍ଟିକ ବ୍ୟାଗରେ ରଖି କରଞ୍ଜିଆ ବଜାରରେ ଥିବା ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗକୁ ନେଇଯାଇଥିଲେ। ବ୍ୟାଗରେ ତାଙ୍କ ବ୍ୟାଙ୍କର ପାଶ ବହି ଓ ଅନ୍ୟାନ୍ୟ କାଗଜପତ୍ର ଥିଲା।