ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା ମହଙ୍ଗା ପଡ଼ିଲା : ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗୀର ଅଫିସ,୨୪ା୬: ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଘଟଣା ପାଟଣାଗଡ଼ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଏହି ଦବଙ୍ଗଗିିରି ପାଇଁ ବିଧାୟକ ସରୋଜ ମେହେରଙ୍କୁ ସୋମବାର ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର ପାଇଁ ନିଆଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୋଲିସ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗୀର ଆଣି ନିକଟସ୍ଥ ମନୋହରପୁର ବାରାକ୍‌ରେ ରଖି ମାରାଥନ ଜେରା କରିଥିଲା। ପରେ ପାଟଣାଗଡ଼ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଗିରଫ କରାଯାଇଛି।

Share