Categories: ଜାତୀୟ

ଯବାନଙ୍କ ପାଖରେ ୫୧ ଡିଗ୍ରୀ

ଜୟପୁର,୪।୧୧: ଜମ୍ମୁ-କଶ୍ମୀର, ଆସାମ, ପଞ୍ଜାବ ଆଦି ସୀମାରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପାଠପଢ଼ିବା ପ୍ରତି ଥିବା ଆଗ୍ରହ ଏବେ ଲୋକଲୋଚନକୁ ଆସିଛି। ରାଜସ୍ଥାନର ଦଶରଥ ସିଂ ସେନାରେ ନିଯୁକ୍ତି ହୋଇ ମଧ୍ୟ ପାଠ ପଢ଼ାରେ ୫୧ ଡିଗ୍ରୀ ହାସଲ କରି ପାରିଛନ୍ତି। ଏବେ ଅଧିକ ପାଠପଢ଼ିଥିବା ବ୍ୟକ୍ତି ଭାବେ ତାଙ୍କର ନାମ ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ତାଙ୍କୁ ‘ମୋଷ୍ଟ ଏଜୁକେସନାଲୀ କ୍ୱାଲିଫାଏଡ୍‌ ପର୍ସନ ଅଫ୍‌ ଦି ଓ୍ବାଲର୍‌ଡ’ ଭାବେ ନାମିତ କରାଯାଇଛି। ଏଥିରେ ତାଙ୍କର ୩୬ ପାଠପଢ଼ା ଡ଼ିଗ୍ରୀକୁ ସାମିଲ୍‌ କରାଯାଇଛି। ଏବେ ଦଶରଥ ଗିନିଜ୍‌ ବୁକ୍‌ରେ ନାମ ସ୍ଥାନୀତ କରିବା ଳାଗି ଆବେଦନ କରିଛନ୍ତି। ସେ ଝୁନଝୁନ୍‌ ଜିଲାର ନବଲଗଡ଼ ତହସିଲ୍‌ର ଖିରୋଡ଼ସର ଗାଁର ବାସିନ୍ଦା।

Share