Categories: ଜାତୀୟ

ଯମୁନା ଏକ୍ସପ୍ରେସ୍‌ଓ୍ବେ ପାଲଟିଛି ମରଣ ଯନ୍ତା: ୭ ବର୍ଷରେ ନେଲାଣି ୮ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ୍‌୍‌ଓ୍ବେ ମରଣ ଯନ୍ତା ପାଲଟିଛି। ୧୬୫ କିମି ଦୀର୍ଘ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗତ ୭ ବର୍ଷ ମଧ୍ୟରେ ୮୨୨ ଜଣଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିବା ସୂଚନା ଅଧିକାର ରିପୋର୍ଟରୁ ଜଣାପଡ଼ିଛିି। ୨୦୧୯ ଜୁଲାଇ ସୁଦ୍ଧା ଏଠାରେ ୧୪୫ ଜଣଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଛି। ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗମନାଗମନ ହେବା ପରଠାରୁ କେତେ ଜଣଙ୍କ ମୃତ୍ୟୁ ଦୁର୍ଘଟଣାରେ ଘଟିଛି ସେ ନେଇ ଆଗ୍ରାର ଆଇନଜୀବୀ କ୍ରିଷ୍ଣଚାନ୍ଦ ଜୈନ୍‌ ସୂଚନା ଅଧିକାର ଆଇନ ଅନ୍ତର୍ଗତ ଆବେଦନ କରିଥିଲେ। ହସ୍ତଗତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଯମୁନା ଏକ୍ସପ୍ରେସ୍‌ଓ୍ବେର ନିର୍ମାଣରେ ୧୨,୮୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ୨୦୧୨ଅଗଷ୍ଟରେ ଗମନାଗମନ ପାଇଁ ଖୋଲା ଯାଇଥିଲା। ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ୩୫୭ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୮୨୨ଜଣ ଆହତ ହୋଇଥିଲେ। ଚଳିତ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏଠାରେ ଘଟିଥିବା ୩ଟି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ୬୫୯ ଦୁର୍ଘଟଣା ଘଟିଥିବାବେଳେ ୧,୩୮୮ ଆହତ ଏବଂ ୧୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୭ରେ ହୋଇଥିବା ୭୬୩ ଦୁର୍ଘଟଣାରେ ୧,୪୨୬ ଜଣ ଆହତ ହୋଇଥିବାବେଳେ ୧୪୬ଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ରେ ଏଠାରେ ୧,୨୧୯ ଦୁର୍ଘଟଣା ହୋଇଥିଲା। ଏଥିରେ ୧,୫୨୪ ଆହତ ଏବଂ ୧୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ରେ ୯୧୯ ଦୁର୍ଘଟଣାରେ ୧,୩୯୨ ଆହତ ଏବଂ ୧୪୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୪ରେ ଏଠାରେ ଘଟିଥିବା ୭୭୧ ଦୁର୍ଘଟଣାରେ ୧,୩୩୫ ଆହତ ଏବଂ ୧୨୭ ଜଣଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share