ଯାଜପୁରରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ ଆଖି ବୁଜିଲା

ଭୁବନେଶ୍ୱର,୯।୩(ବ୍ୟୁରୋ): ଯାଜପୁରରେ ୫ ଜଣ ଲୋକଙ୍କ ଜୀବନ ନେଇସାରିବା ପରେ ଟ୍ରାଙ୍କୁଲାଇଜ କରି ଦନ୍ତା ହାତୀଟିକୁ ସେତେବେଳେ କାବୁ କରାଯାଇଥିଲା। ତେବେ ସେହି ଦନ୍ତାଟି ଆଖି ବୁଜିଛି। ହାତୀକୁ ସେବେଠାରୁ ଲୁହାଶିକୁଳିରେ ବନ୍ଧା ହୋଇ ରଖାଯାଇଥିଲା। ଯାହା ଫଳରେ ତାର ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ପାଇଁ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା ।
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, ଉକ୍ତ ଦନ୍ତାଟି ସୋମବାର ମରିଯାଇଛି। ଚନ୍ଦକା ଡିଏଫଓ୍‌ଙ୍କ ଫୋନ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଏହି ଘଟଣାକୁ ଗୁରୁତର ସହ ନେଇ ସରକାର ଚନ୍ଦକା ଡିଏଫ୍‌ଓ ଏବଂ ରେଞ୍ଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣରେ ଦାବି ହେଉଛି ।