ଯାଜପୁରରେ ସାନି ମତଦାନ ପୂର୍ବରୁ ନିର୍ବାଚନୀ ହିଂସା: ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ଯାଜପୁର ଅଫିସ,୧୯।୫- ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ୧୩୫ ନଂ ବୁଥ୍‌ କଲ୍ୟାଣପୁରଠାରେ ରବିବାର ସାନି ମତଦାନ ହେବା ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ରାଜନୈତିକ ହିଂସାରେ ରଞ୍ଜିତ ଦାସ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ଭୁଜାଲିରେ ଚୋଟ ମାରି ଫେରାର ହୋଇଯାଇଛନ୍ତିି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିଞ୍ଝାରପୁର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି। ତେବେ ସାନି ମତଦାନ ପୂର୍ବରୁ ଏହି ହିଂସାକାଣ୍ଡ ଭୋଟରମାନଙ୍କ ମଧ୍ୟରେ ନକରାତ୍ମକ ଭାବନା ସୃଷ୍ଟି କରିଛି।

Share