ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍ରେ ରହିଥିଲେ। ବୁଧବାର ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ତେବେ ଇତିମଧ୍ୟରେ ଯାଜପୁରରେ ମୋଟ ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣେ ସୁସ୍ଥ ହୋଇ ଫେରିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୫୩ ଜଣଙ୍କ ଚିକିତ୍ସା ଜାରି ରହିଛି।
ପ୍ରକାଶ ଯେ, ଅପରାହ୍ନ ସୁଦ୍ଧା ରାଜ୍ୟରେ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି।