ଯାଜପୁରର ନୂଆ ଆକ୍ରାନ୍ତ କଟିକଣା, ବିରଜାପୁର ଅଞ୍ଚଳର: ଅଛନ୍ତି ୭୫ ବର୍ଷୀୟ ବୃଦ୍ଧା, ୫୫ ବର୍ଷୀୟ ବ୍ୟକ୍ତି

ଯାଜପୁର ଅଫିସ,୧।୫: ଯାଜପୁର ଜିଲା ଦଶରଥପୁର ବ୍ଲକ କଟିକଟା ଓ ବିରଜାପୁର ଗ୍ରାମରେ ୨ ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ବିରଜାପୁର ଗ୍ରାମର ୫୫ ବର୍ଷ ବୟସ୍କ ପୁରୁଷ ଓ କଟିକଟା ଗ୍ରାମର ୭୫ ବର୍ଷ ବୟସ୍କା ବୃଦ୍ଧା ଥିବା ଜଣାପଡିଛି। ଏହାକୁ ମିଶାଇ ଯାଜପୁର ଜିଲାରେ ଅକ୍ରାନ୍ତ ସଂଖ୍ୟା ୩୮ରେ ପହଞ୍ଚିଛି। ଏହି ଦୁଇ ପଞ୍ଚାୟତକୁ ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ ପୁରୁଷ ପଶ୍ଚିମବଙ୍ଗ ଫେରନ୍ତା ଏବଂ ବୃଦ୍‌ଧା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରବାର ଗୋଟିଏ ଦିନରେ ୧୭ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ କଟିକଟା, ବାସୁଦେବପୁର ଓ ବିରଜାପୁର ପଞ୍ଚାୟତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ଏହା ମେ ୧୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

Share