Posted inUncategorized

ଯାଜପୁରର ପୂର୍ବତନ ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ଦାଖଲ ନୋଟିସ

ଯାଜପୁର ଅଫିସ,୬।୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି କଳାପଥର ଖାଦାନରୁ ହରିଲୁଟ ମାମଲାରେ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଲୋକାୟୁକ୍ତରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ୨୦୦ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଦର୍ଶାଇ ତତ୍କାଳୀନ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ୩ ଜଣ ପୂର୍ବତନ ତହସିଲଦାର, ୨ ଜଣ ରାଜସ୍ବ ନିରୀକ୍ଷକ ଏବଂ ୮ ଜଣ ଲିଜ୍‌ଧାରୀଙ୍କୁ ଦାୟୀ କରାଯାଇଛି। ଉକ୍ତ ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଅଧିକାରୀ ଓ ଲିଜ୍‌ଧାରୀମାନଙ୍କୁ ୨୩ା୬ା୨୦୨୩ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ ଜାରି ହୋଇଛି।
ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବ୍ୟାପକ କଳାପଥର ଲୁଟ୍‌ ସମ୍ପର୍କରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗକ୍ରମେ ଲୋକାୟୁକ୍ତରେ ଏକ ମାମଲା (୧୨୦/୨୦୨୧) ରୁଜୁ ହୋଇଛି। ସୂଚନା ଅଧିକାର ଆଇନ ବଳରେ ବେହୁରାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୮୯୦ ଏକର ପରିମିତ ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲରେ କଳାପଥର ଖଣି ଲିଜ୍‌ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି। କିନ୍ତୁ ଖଣି ମାଫିଆମାନେ ବେଆଇନ ଭାବେ ବିପୁଳ ପରିମାଣର କଳାପଥର ଉତ୍ତୋଳନ କରୁଥିବା ସମ୍ପର୍କରେ ତତ୍କାଳୀନ ଡିଏଫ୍‌ଓ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୮ା୨ା୨୦୧୯ରେ ଜିଲାପାଳଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏହାପରେ ବେହୁରା ୧୨ା୦୭ା୨୦୧୯ରେ ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ବରଂ ବିଛାଖଣ୍ଡି ପାହାଡ଼ ନିକଟରେ ୧୨ଟି କ୍ରଶର୍‌ ୟୁନିଟ୍‌ ଚାଲିବା ପାଇଁ ପ୍ରଶାସନିକ ଅନୁମତି ମିଳିଥିଲା। ଫଳରେ ବେହୁରା ୮ା୨ା୨୦୨୧ରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ତଦନୁଯାୟୀ ଲୋକାୟୁକ୍ତଙ୍କ ପକ୍ଷରୁ ଜିଲାପାଳ ଏବଂ ତହସିଲଦାରଙ୍କୁ ନୋଟିସ ଦିଆଯିବା ସହ ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସକୁ ନିର୍ଦ୍ଦେଶ ହୋଇଥିଲା। ଭିଜିଲାନ୍ସ ଏହି ମାମଲାରେ ୨୮ା୪ା୨୦୨୩ରେ ରିପୋର୍ଟ ପ୍ରଦାନ କରିଥିଲା। ଚୋରା କଳାପଥର ଆକଳନ ପାଇଁ ଭିଜିଲାନ୍ସ ପକ୍ଷରୁ ଭାରତ ସରକାରଙ୍କ ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର ଏବଂ ଇସ୍ରୋର ସହାୟତା ନିଆଯାଇଥିଲା। ଭିଜିଲାନ୍ସ ରିପୋର୍ଟରେ ଜିଲାପାଳ ଦାସଙ୍କ ସମେତ ପୂର୍ବତନ ତହସିଲଦାର ପ୍ରଭାସ କୁମାର ବେହୁରା, ଶୀତଳ ଅଗ୍ରୱାଲ ଓ ସରୋଜ କୁମାର ପଣ୍ଡା, ପୂର୍ବତନ ରାଜସ୍ବ ନିରୀକ୍ଷକ ବୀରକିଶୋର ମହାରଣା ଓ ସୁଶାନ୍ତ କୁମାର ସ୍ବାଇଁ ଏବଂ ଲିଜ୍‌ଧାରୀ ସନ୍ଦୀପ ଚନ୍ଦକ, ମଞ୍ଜିତ ଚାୱାଲା, ଅମନ ସେଠୀ, ଜ୍ଞାନରଞ୍ଜନ ମହାପାତ୍ର, ଧ୍ରୁବାନନ୍ଦ ପ୍ରଧାନ, ଜୟନ୍ତ କୁମାର ଜେନା, ସତ୍ୟସାଇ କନଷ୍ଟ୍ରକ୍ସନ(ପାର୍ଟନର: ସୁଶାନ୍ତ ପରିଡ଼ା) ଏବଂ ନିହାରରଞ୍ଜନ ମାନ୍ଧାତାଙ୍କୁ ଏହି ଅନିୟମିତତା ପାଇଁ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri