ଯାଜପୁରର ୨ ନୂଆ ଆକ୍ରାନ୍ତ କୋଲକାତା ଫେରନ୍ତା: ସମସ୍ତେ ବରୀ ବ୍ଲକ ଅଞ୍ଚଳର, ଲକ୍ଷଣ ନ ଥିଲା

ଭୁବନେଶ୍ୱର (ବ୍ୟୁରୋ)/ ବରି(ସ୍ବ.ପ୍ର.)/ରତ୍ନଗିରି(ଡି.ଏନ୍‌.ଏ.), ୨।୫: ଯାଜପୁରରେ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତଙ୍କ ବିଷୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପଜିଟିଭ୍‌ ବରୀ ବ୍ଲକ ଅଞ୍ଚଳର ୪୮ ଏବଂ ୫୫ ବର୍ଷୀୟ ପୁରୁଷ। ସେମାନେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଲକ୍ଷଣ ନ ଥିଲେ ହେଁ ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ଏହା ଶନିବାର ପଜିଟିଭ୍‌ ଆସିଛି। ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଶନିବାର ସକାଳେ ଯାଜପୁର ଜିଲାରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପୁଣି ଅପରାହ୍ନରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୫୬ରେ ପହଞ୍ଚିଛି। ଅପରପକ୍ଷେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ ବରୀରେ ମୋଟ ୩ଜଣ ପଜିଟିଭ୍‌ ବାହାରିଛି।

Share