ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ, ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ୭୩ ନଂ ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ସନ୍ଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଆକ୍ରାନ୍ତ ନଂ ୮୪, ୮୫, ୮୬ ଏବଂ ୮୭ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ୭୩ ନଂ. ଆକ୍ରାନ୍ତ। ୮୫, ୮୬ ୮୭ ନଂ ଆକ୍ରାନ୍ତ ୭୩ ନଂଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୮୪ ନଂ ଆକ୍ରାନ୍ତ ୭୪ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ୮୪ ନଂ ଆକ୍ରାନ୍ତ ୭୦ ବର୍ଷୀୟା ବୃଦ୍ଧା ହୋଇଥିବା ବେଳେ ୮୫ ନଂ ଆକ୍ରାନ୍ତ ହେଉଛନ୍ତି ଜଣେ ୨୧ ବର୍ଷୀୟ ଯୁବକ। ତାଙ୍କ ଘର ଯାଜପୁର ସଦର ଜାହାନପୁର। ସେ ୨୯ ମାର୍ଚ୍ଚରେ କୋଲକାତା ବାପା ଏବଂ ଅନ୍ୟ ଜଣେ ଯାତ୍ରୀଙ୍କ ସହ ଗାଡ଼ି ଭଡ଼ା କରି ଫେରିଥିଲେ। ୨୯ରୁ ୨୦ ଏପ୍ରିଲ ଯାଏ ସେ ଘରେ ଥିଲେ। ତାଙ୍କୁ ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏ ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ପାଖରେ ଲକ୍ଷଣ ନ ଥିଲେ ହେଁ ପରୀକ୍ଷା କରାଯିବାରୁ ପଜିଟିଭ୍‌ ଆସିଥିଲା। ୮୬ ନଂ ଆକ୍ରାନ୍ତ ଜଣେ ୪୮ ବର୍ଷୀୟା ମହିଳା ହୋଇଥିବା ବେଳେ ସେହିପରି ୮୭ ନଂ ଆକ୍ରାନ୍ତ ହେଉଛନ୍ତି ୮୦ ବର୍ଷୀୟା ବୃଦ୍ଧା। ଏମାନେ ସମସ୍ତ ଘରେ ଥିଲେ। ତାଙ୍କ ଠାରେ ଲକ୍ଷଣ ନ ଥିଲା । ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share