ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ : ତିତ୍‌ଲି ନାମରେ ଦେଢ଼ କୋଟି ଆତ୍ମସାତ୍‌

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ଏସ୍‌ଆରସି (ସ୍ପେଶିଆଲ ରିଲିଫ କମିଶନର) ପାଣ୍ଠିରୁ ତିତ୍‌ଲି ନାମରେ ଆବଣ୍ଟିତ ୧କୋଟି ୫୨ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍‌ ହୋଇଛି। ଜଣେ ଉଚ୍ଚ ପଦାଧିକାରୀଙ୍କ ପରୋକ୍ଷ ସହଯୋଗରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ମିଳିମିଶି ମିଥ୍ୟା ବିଲ୍‌ ଭାଉଚର ପ୍ରସ୍ତୁତ କରି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ମରାମତି ନାମରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି ମର୍ମରେ ୧୪ା୮ା୨୦୧୯ରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ୧କୋଟି ୫୨ଲକ୍ଷ ୮୫ ହଜାର ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ କରିଛନ୍ତି। ହେଲେ ବାସ୍ତବରେ ଏହି ଅର୍ଥରେ ଯେଉଁ ପ୍ରକଳ୍ପଗୁଡିକର ମରାମତି ହୋଇଥିବା ୟୁସିରେ ଉଲ୍ଲେଖ ରହିଛି ସେହି ପ୍ରକଳ୍ପଗୁଡିକ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପରେ କୌଣସି କାର୍ଯ୍ୟ ହୋଇ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ତିତ୍‌ଲି ବାତ୍ୟାରେ ଯାଜପୁର ଜିଲାର କୌଣସି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ସହଜରେ ସମ୍ପୃକ୍ତ ଅଧିକାରୀମାନେ ଆବଣ୍ଟିତ ଅର୍ଥକୁ ଖାଇଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ହେଉଛି।
୨୦୧୮ ଅକ୍ଟୋବର ୧୧ରେ ତିତଲି ବାତ୍ୟା ଆସିଥିଲା। ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲାର କେବଳ ଯାଜପୁର, ଦର୍ପଣ ଓ ବ୍ୟାସନଗର ତହସିଲର କେତେକ ଚାଷଜମି ତିତଲି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହି ବାତ୍ୟାର ସୁଯୋଗ ନେଇ ଆରଡବ୍ଲ୍ୟୁଏସଏସର ନିର୍ବାହୀ ଯନ୍ତ୍ରୀ ୧୦୪ଟି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନଷ୍ଟ ହୋଇଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ରିପୋର୍ଟକୁ ଯାଜପୁର ଜିଲାପାଳ ମଧ୍ୟ ପ୍ରମାଣିତ କରିଥିଲେ। ଏହାପରେ ଏସ୍‌ଆରସି ପାଣ୍ଠିରୁ ଆରଡବ୍ଲ୍ୟୁଏସଏସ ବିଭାଗର ଇଞ୍ଜିନିୟର-ଇନ-ଚିଫଙ୍କ ପତ୍ରସଂଖ୍ୟା ୧୦୫୨ ଓ ୧୮୪୩/୧ା୨ା୨୦୧୯ ଜରିଆରେ ଯାଜପୁର ଆରଡବ୍ଲୁଏସଏସକୁ ୧ କୋଟି ୫୩ ଲକ୍ଷ ୯୭ ହଜାର ଟଙ୍କା ଆବଣ୍ଟିତ ହୋଇଥିଲା। ଏହି ଆବଣ୍ଟିତ ଅର୍ଥ ମଧ୍ୟରୁ

୧କୋଟି ୫୨ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ୟୁସିରେ ଦର୍ଶାଯାଇଛି। ୟୁସି ରିପୋର୍ଟ ଅନୁସାରେ ଯାଜପୁର ବ୍ଲକର ମାଳଆନନ୍ଦପୁର, ଷଠିପୁର, ଈଶ୍ୱରପୁର, ନାଥସାହି ଆଦି ୨୦ଟି ପାଇପ ଜଳଯୋଗାଣ ପ୍ରକଳ୍ପର ମରାମତି ବାବଦକୁ ୧.୫୦ ଲକ୍ଷ ଟଙ୍କା ଲେଖାଏଁ ହିସାବରେ ୩୦ ଲକ୍ଷ ଟଙ୍କା, ବିଞ୍ଝାରପୁର ବ୍ଲକର ଆଉଁରି, ଚିକିନା, କାନ୍ତିପୁର, ଡିହକୁଳ, ଜରି, ଟିନା, ହଲଦିଡିହ, କପିଳା, ତଳବନ୍ଧ, ଅଳକୁଣ୍ଡ ଆଦି ପାଇପ ଜଳଯୋଗାଣ ପ୍ରକଳ୍ପରେ ୧.୫୦ ଲକ୍ଷ ଟଙ୍କା ଲେଖାଏ ହିସାବରେ ୩୪ଲକ୍ଷ ୫୦ହଜାର ଟଙ୍କା, ଦଶରଥପୁର ବ୍ଲକର କଟିକଟା, ଖଣ୍ଡରା, ମଙ୍ଗଳପୁରର ୨ଟି, ମଲ୍ଲିକାପୁର ପ୍ରଭୃତି ୧୪ଟି ପ୍ରକଳ୍ପର ମରାମତି ନାମରେ ୧୯ଲକ୍ଷ ୯୬ହଜାର ଟଙ୍କା, ବଡଚଣା ବ୍ଲକର ବରପଦା, ବାଲିଚନ୍ଦ୍ରପୁର, ସାମିଆ, ସୁଁଗୁଡା, ଚାରିନଙ୍ଗଲ, ଶକୁନ୍ତଳାପୁର ପ୍ରଭୃତି ୧୧ଟି ପ୍ରକଳ୍ପରେ ୧୫ଲକ୍ଷ ୫୧ହଜାର ଟଙ୍କା, ବରୀ ବ୍ଲକର ବାଇଁଶିରିଆ, ବୋଦୁଅ, ଉଦୟନାଥପୁର, ଈଶାନପୁର, ଗମୁ, କିମ୍ଭିରିପାଳ ପ୍ରଭୃତି ୧୩ଟି ପ୍ରକଳ୍ପରେ ୧୯ଲକ୍ଷ ୫୦ହଜାର ଟଙ୍କା, ଧର୍ମଶାଳା ବ୍ଲକର କୁମାରୀ, ଅଣ୍ଟିଆ, କବାଟବନ୍ଧ, ନେଉଳପୁର, ଥାନୁଆଳ, ମଧୁପୁରଗଡ ପ୍ରଭୃତି ୭ଟି ପ୍ରକଳ୍ପରେ ୧୦ଲକ୍ଷ ୫୦ହଜାର ଟଙ୍କା, ରସୁଲପୁର ବ୍ଲକର କଲଣାର ୨ଟି, ନରସିଂହପୁର, ହରିପୁର, ରାଉତରାପୁର, ବନ୍ଧଡିହ, ଶ୍ରୀବନ୍ତପୁର, ଅତଲାପୁର ପ୍ରଭୃତି ୧୦ଟି ପ୍ରକଳ୍ପରେ ୧୩ ଲକ୍ଷ ୮୮ ହଜାର ଟଙ୍କା ଏବଂ କୋରେଇ ବ୍ଲକର କୋରେଇ, ଅମୃତିଆ, ତଳଗଡ, ଆରଡବ୍ଲ୍ୟୁଏସଏସ ଅଫିସ, ଧନିତ୍ରୀ ଓ ଯୁଗଳ ପ୍ରକଳ୍ପରେ ୯୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ୟୁସିରେ ଦର୍ଶାଯାଇଛି। ରିପୋର୍ଟରେ ଖରାପ ହୋଇଯାଇଥିବା ପାଇପଲାଇନ ପରିବର୍ତ୍ତନ, ଷ୍ଟାଣ୍ଡପୋଷ୍ଟ ନିର୍ମାଣ, ଭଲବ ଚ୍ୟାମ୍ବର, ପରିସର ଉନ୍ନତିକରଣ, ପାଇପଲାଇନ ସଂପ୍ରସାରଣ, ଆଭ୍ୟନ୍ତରୀଣ ୱାରିଂ, ରଙ୍ଗ ଆଦିରେ ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ତିତଲି ପ୍ରଭାବରେ ରାଜ୍ୟର ବିଶେଷକରି ଗଞ୍ଜାମ ଓ ଗଜପତି ଜିଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିଲା। କିନ୍ତୁ ଯାଜପୁର ଜିଲାରେ ମାତ୍ର ଝିପିଝିପି ବର୍ଷା ହେବା ସହିତ ପାଗ ମେଘୁଆ ରହିଥିଲା। ଏପରିକି ପବନର ଗତି ମଧ୍ୟ ସେତେଟା ତୀବ୍ର ନ ଥିଲା। ତଥାପି ବିଭାଗ ପକ୍ଷରୁ ୧୦୪ଟି ପିଡବ୍ଲ୍ୟୁଏସ ନଷ୍ଟ ହୋଇଥିବା ରିପୋର୍ଟ ଦେଇ ରାଜ୍ୟ ରାଜକୋଷରୁ ପ୍ରାୟ ଦେଢକୋଟି ଟଙ୍କା ଚଞ୍ଚକତା କରି ଆମତ୍ସାତ କରାଯାଇଛି। ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରୁ, ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ହେଲେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରେ ଏଭଳି ଅର୍ଥ ଆମତ୍ସାତ କେବେ ହୁଏ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri