ଯାଜପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଲା, ସମସ୍ତେ କଟିକଟା କଣ୍ଟେନ୍‌ମେଣ୍ଟ ଅଞ୍ଚଳର

ଯାଜପୁର ଅଫିସ,୩୦।୪- ଯାଜପୁର ଜିଲାରେ ଗୁରୁବାର ଆଉ ୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। । ତେବେ ଏହାକୁ ମିଶାଇ ଜିଲାରେ ମୋଟ ସଂକ୍ରମିତ ସଂଖ୍ୟା ୨୨ରେ ପହଞ୍ଚିଛି। ସଂକ୍ରମିତ ବ୍ୟକ୍ତିମାନେ ଦଶରଥପୁର ବ୍ଲକ କଟିକଟା ଗ୍ରାମପଞ୍ଚାୟତ କଟିକଟା ଗ୍ରାମର ୧୮ ବର୍ଷ ବୟସ୍କା ଜଣେ ଯୁବତୀ ଓ ୫୬ ବର୍ଷ ବୟସ୍କ ପୁରୁଷ ଓ ଡାହାଣୀହତା ଗ୍ରାମର ୬୫ ବର୍ଷର ଜଣେ ବୃଦ୍ଧ ବୋଲି ସୂଚନା ମିଳିଛି। ଏହି ୩ ଜଣ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର ହୋଇଥିବାବେଳେ ସମସ୍ତେ ପୂର୍ବ ପଶ୍ଚିମବଙ୍ଗ ଫେରନ୍ତା ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥଲେ। ୬୫ ବର୍ଷିୟ ବୃଦ୍ଧଙ୍କ କୌଣସି କରୋନା ଲକ୍ଷଣ ନ ଥିଲା। ତେବେ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଦଶରଥପୁର ବ୍ଲକ ୩ ପଞ୍ଚାୟତର ୫ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଛି।

Share