ଯାଜପୁର ଜିଲାର ସୀମା ନାକାବନ୍ଦୀ

ଯାଜପୁର ଅଫିସ,୨।୪: ପଡୋଶୀ ଜିଲା ଭଦ୍ରକରେ ଓଡ଼ିଶାର ୪ର୍ଥ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲାର ସମସ୍ତ ସୀମାକୁ ନାକାବନ୍ଦୀ କରି ଦିଆଯାଇଛି। ଜିଲା ପୋଲିସ ସେଠାରେ ୨୪ ଘଣ୍ଟା ପହରା ଦେଉଛି। ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରବେଶରେ କଟକଣା କରାଯାଇଛି। ଏହାବାଦ ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ମୁସଲମାନଙ୍କ ଧର୍ମ ସଭାରୁ ଫେରିଥିବା ବିଞ୍ଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜେରା କରାଯାଇଛି। ସେ ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଞ୍ଚିଥିଲେ। ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି। ଧର୍ମ ସଭାରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକେ କହିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି। ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ, ଆଇଆଇସି ଶିବଚରଣ ବେହେରା ପ୍ରମୁଖ ରାତି ସାଢେ ୧୨ଟାରେ ଶାସନ୍ଦା ଗ୍ରାମରେ ପହଞ୍ଚି ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଛି। ତେବେ ସେହି ପରିବାରର ସମସ୍ତ ସଦସ୍ୟଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡା. ଅରୁଣ କୁମାର ପାତ୍ରଙ୍କୁ ଅଚାନକ ବଦଳି କରାଯାଇଛି। କରୋନା ମୁକାବିଲାରେ ଆବଶ୍ୟକ ସହଯୋଗ ହୋଇ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ଡା. ସୁଧାଂଶୁ ଶେଖର ବଳ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri