ଯାଜପୁର ଲୋକସଭା ଆସନରେ ବିଜେଡି ଆଗରେ

ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୭୬୭ ଭୋଟ୍‌ ବ୍ୟବଧାନରେ ଆଗୁଆ ଥିବା ଜଣାପଡିଛି। ସେ ମୋଟ୍‌ ୨୩,୩୦୮ ଭୋଟ୍‌ ପାଇଥିବାବେଳେ ଭାଜପା ପ୍ରାର୍ଥୀ ୧୬୬୪୧ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ୩୦୭୫ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ୮୦୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଧର୍ମଶାଳା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ୨୫୬୬, ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ୬୩୩୪, ବରୀରେ ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ପ୍ରାର୍ଥୀ ୯୮୩, ବିଞ୍ଝାରପୁରରେ ବିଜେଡି ପ୍ରାର୍ଥୀ ୭୦୦ ଓ ଯାଜପୁରରେ ବିଜେଡି ପ୍ରାର୍ଥୀ ୩୦୦୦ ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି।

Share