ଯାଜପୁର ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ମହିଳା: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ପୂର୍ବ ପଜିଟିଭ୍‌ଙ୍କ ପରିବାର ସଦସ୍ୟ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଯାଜପୁରରେ ଚିହ୍ନଟ ହୋଇଥିବା ୪ ନୂଆ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୩ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ରାଜ୍ୟ ସୂଚନା ଏବଂ ପ୍ରସାରଣ ବିଭାଗର ଟୁଇଟ୍‌ ଅନୁଯାୟୀ, ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୪୮,୭୦,୮୦ ଏବଂ ୨୧ ବର୍ଷ। ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ପୂର୍ବ ପଜିଟିଭ୍‌ଙ୍କ ପରିବାରର ସଦସ୍ୟ। ଆକ୍ରାନ୍ତମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ଶେଷରେ ଗୁରୁବାର ଏହା ପଜିଟିଭ୍‌ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଯାଜପୁରର ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ଅପରପକ୍ଷେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହୋଇଛି।

Share