ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ ଏକ ଡୋଳେ ତା’ର ମୀରା ବସିଛି। ଏ ଗୀତର ମୁଖୁଡ଼ାଟି ବର୍ତ୍ତମାନର ପ୍ରତିଭାବାନ ଯୁବ ଯାତ୍ରା ତଥା ସିରିଏଲ୍‌ ନିର୍ଦ୍ଦେଶକ ମହେଶ ହାଜରାଙ୍କ ପ୍ରତି ଶତପ୍ରତିଶତ ପ୍ରଯୁଜ୍ୟ ବୋଲି କୁହାଯାଇପାରିବ। ଅବଶ୍ୟ ତାଙ୍କ ଆଖିରେ ରାଧା କିମ୍ବା ମୀରା ବସି ନାହାନ୍ତି। ତେବେ ତାଙ୍କ ଦୁଇ ଆଖିରେ ଏବେ ବସିଛନ୍ତି ଦୁଇଜଣ ପବିତ୍ର ଦେବୀ। ଜଣେ ହେଉଛନ୍ତି ସୀତା। ଆଉ ଜଣେ ହେଉଛନ୍ତି ଗଙ୍ଗା। ଗୋଟିଏ ଡୋଳାରେ ସେ ସୀତାଙ୍କୁ ରଖିଥିବା ବେଳେ ଅନ୍ୟ ଏକ ଡୋଳାରେ ଧରିଛନ୍ତି ଗଙ୍ଗାଙ୍କୁ। ବାସ୍ତବ କଥା ହେଉଛି, ଏଇ ଦୁଇ ବୈଦିକ ଦେବୀଙ୍କୁ ନେଇ ଆସନ୍ତା ୨୦୧୯-୨୦ ଯାତ୍ରା ସିଜନ୍‌ରେ ଦୁଇଗୋଟି ନାଟକ ପ୍ରସ୍ତୁତ କରୁଛନ୍ତି ମହେଶ। ପ୍ରଥମ ନାଟକଟି ସୀତାଙ୍କୁ ନେଇ; ଯାହାର ଟାଇଟଲ ରହିଛି : ‘ସୀତାର ଜଳୁଛି ଚିତା’। ଏହି ନାଟକଟି ଆସନ୍ତା ସିଜିନ୍‌ରେ ‘ବାଘାଯତୀନ ଲୋକନାଟ୍ୟ’ ପକ୍ଷରୁ ମଞ୍ଚସ୍ଥ କରାଯିବ। ସେହିଭଳି ଦ୍ୱିତୀୟ ନାଟକଟିକୁ ସେ ଦେବୀ ଗଙ୍ଗାଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି; ଯାହାର ଟାଇଟଲ ରହିଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’। ‘ଯାତ୍ରା ରଙ୍ଗମହଲ’ ପକ୍ଷରୁ ମଞ୍ଚସ୍ଥ ହେବାକୁ ଥିବା ଏହି ନାଟକର ପ୍ରମୋସନାଲ ଭିଡ଼ିଓଟିକୁ ଇତିମଧ୍ୟରେ ଲକ୍ଷାଧିକ ଦର୍ଶକ ଦେଖି ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ୨୦୧୮-୧୯ ଯାତ୍ରା ସିଜନ୍‌ରେ ‘ମୃତ୍ୟୁଦଣ୍ଡ’ ନାଟକର ନିର୍ଦ୍ଦେଶନା ଦେଇ ଯାତ୍ରା ପ୍ରଯୋଜକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବା ମହେଶ କହନ୍ତି : ଜଣେ ଗଙ୍ଗା ତ ଆଉ ଜଣେ ସୀତା। ଜଣେ ପତିତପାବନୀ ତ ଆଉ ଜଣେ ପତିବ୍ରତା। ବୈଦିକ ଯୁଗର ଏହି ଦୁଇ ନାରୀଙ୍କ କଥା, କାହାଣୀ, ତ୍ୟାଗ, ତିତିକ୍ଷା, ଆଦର୍ଶ, ପରିଚର୍ଯ୍ୟା କାଳକାଳ ଧରି ମଣିଷ ସମାଜକୁ ଦିଗ୍‌ଦର୍ଶନ ଦେଇଆସିଛି। ଏହି ଦୁଇ ନାରୀଙ୍କର ମହନୀୟ କାହାଣୀକୁ ନେଇ ସୃଷ୍ଟି ହୋଇଛି ବହୁ କାବ୍ୟ, କବିତା, ସୁଆଙ୍ଗ। ସେହି ଦୁଇ ଦେବୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ଦୁଇଟି ଦର୍ଶକମାନଙ୍କୁ କିଛି ଭିନ୍ନ ସ୍ବାଦ ଦେବ ବୋଲି ମୋର ଆଶା।

ଦୁଇଗୋଟି ନାଟକ ବିଷୟରେ ସାମାନ୍ୟ ସୂଚନା ଦେଇ ସେ କହନ୍ତି : ଗଙ୍ଗା ପତିତପାବନୀ। ଗଙ୍ଗାର ସ୍ପର୍ଶ ପାଇଲେ ପାପ କ୍ଷୟ ହୁଏ। ତେବେ ବେଳେବେଳେ ଗଙ୍ଗାକୁ ବି ଅପବିତ୍ର ହେବାକୁ ପଡ଼େ। ତେବେ ଗଙ୍ଗାକୁ କ’ଣ କେହି ବି ଚେଷ୍ଟାକରି ଅପବିତ୍ର କରିପାରେ? ଉତ୍ତର ହେଉଛି, ନା! ପବିତ୍ର ଗଙ୍ଗାକୁ ଯଦି ଅପବିତ୍ର କରିବାର ସାମର୍ଥ୍ୟ କାହାର ଥାଏ ତା’ହେଲେ ସେ ହେଉଛି ନିଜେ ଗଙ୍ଗା। ପୁରାଣ କହେ, ଦେବୀ ଗଙ୍ଗା ହିଁ ଏକ ମହତ୍ତର ଉଦ୍ଦେଶ୍ୟ ରଖି ନିଜକୁ ଗାଙ୍ଗୀରେ ରୂପାନ୍ତରିତ କରିଥିଲେ। ମୋର ବିଶ୍ୱାସ ଅଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ ନାଟକରେ ରହିଛି ଏମିତି କିଛି କଥା, ଯାହା ଦର୍ଶକଙ୍କ କଳ୍ପନାର ପରିସରରୁ ରହିବ ଯଥେଷ୍ଟ ଊର୍ଦ୍ଧ୍ୱରେ। ଦ୍ୱିତୀୟ ନାଟକ ‘ସୀତାର ଜଳୁଛି ଚିତା’ରେ ରହିଛି ନାରୀ ନିର୍ଯାତନାର କରୁଣ କାହାଣୀ। ଏହି ନାଟକର ପ୍ରତ୍ୟେକ ସଂଳାପରୁ ଝରିବ ବିଦ୍ରୋହର ରେଣୁରେଣୁ ସ୍ଫୁଲିଙ୍ଗ। ସୀତା ନିଜର ସତୀତ୍ୱକୁ ସାବ୍ୟସ୍ତ କରିବା ପାଇଁ ହସିହସି ଅଗ୍ନିରେ ଝାସ ଦେଇଥିଲେ। ନିଜର ଚିତା ସଜାଡ଼ିବାକୁ ସେ ନିଜେ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାରଣ ସେ ଜାଣିଥିଲେ ସୀତାର ଚିତା କେବଳ ସୀତା ହିଁ ସଜାଡ଼ିପାରେ। ସେଇଥିପାଇଁ ସୀତା ହେଉଛନ୍ତି ପ୍ରତ୍ୟେକ ନାରୀଙ୍କ ଆଦର୍ଶ। ଏ ନାଟକଟିକୁ ମଧ୍ୟ ସବୁ ଦିଗରୁ ସ୍ବତନ୍ତ୍ର କରିବାର ପ୍ରଚେଷ୍ଟା ଚାଲିଛି।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହିତ ଅଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ନାଟ୍ୟକାର ଅରୁଣ ନାୟକ। ପୁଣି ଦୁଇଟିଯାକ ନାଟକରେ ସଙ୍ଗୀତର ଭାର ସମ୍ଭାଳୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସ (ଟିଟନ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ସାଉଥ୍‌ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ...

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର...

ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡି

ମୁମ୍ବାଇ,୨୯।୧୧: ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଶୁକ୍ରବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ...

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ଅଫିସିଆଲି ସିଙ୍ଗିଲ୍‌ ଅଛନ୍ତି। ଅର୍ଜୁନ କିଛିଦିନ ତଳେ...

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ...

‘ବଚ୍ଚନ’ ସରନେମ ହଟାଇଲେ ଐଶ୍ୱର୍ଯ୍ୟା, ରାଗିଗଲେ ଭାଉଜ, ଅଭିଷେକ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସରନେମ ‘ବଚ୍ଚନ’ ହଟାଇବାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ...

କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ...

ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଦେଲେ ଅଭିଷେକ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ସାକ୍ଷାତକାରରେ ଅଭିଷେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri