ନୂଆଦିଲ୍ଲୀ,୨୫।୭: ଟ୍ରେନ୍ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ପ୍ରତି ଟ୍ରେନ୍ରେ ବିମାନ ଭଳି ବ୍ଲାକ୍ ବକ୍ସ୍ ଲାଗିବ। ଏନେଇ କରାଯାଇଥିବା ଏକ ପାଇଲଟ୍ ପ୍ରୋଜେକ୍ଟରେ ସଫଳତା ମିଳିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିଲାଗି ୪୮୦ ଉପକରଣ କିଣିବା ପାଇଁ ରେଳ ମନ୍ତ୍ରଣାଳୟ ସ୍ବୀକୃତି ଦେଇଛି। ଏଥିରେ ମାଇକ୍ରୋଫୋନ୍ ଏବଂ ଅଡ଼ିଓ-ଭିଡ଼ିଓ ରେକର୍ଡିଂ କରିବା ଯନ୍ତ୍ରାଶଂ ରହିଛି। ଏହାକୁ ଟ୍ରେନ୍ ଇଞ୍ଜିନ୍ରେ ଲଗାଯିବ। ଏଥିରେ ଥିବା ଗୋଟିଏ କ୍ୟାମେରା ଲୋକୋ ପାଇଲଟ୍ଙ୍କ କ୍ୟାବିନ୍ରେ ରହିବ। ସେହିପରି ଅନ୍ୟ କ୍ୟାମେରା ଇଞ୍ଜିନ୍ ବାହାରେ ଲଗାଯିବ। ଡାଟା ଷ୍ଟୋର କରି ରଖିବା ପାଇଁ ଏଥିରେ ମେମୋରୀ ଯନ୍ତ୍ରାଶଂ ମଧ୍ୟ ରହିବ ବୋଲି କୁହାଯାଉଛି।