ଯାତ୍ରୀବାହୀ ବସ୍‌ରେ ନିଆଁ: ଯୁବତୀ ଆହତ

ତିହିଡ଼ି,୭।୩(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍‌ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତିହିଡ଼ି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଛି। ଓମ ବାବା ଟ୍ରାଭେଲ୍‌ସ ନାମକ ବସ୍‌ଟି ସକାଳେ ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବ୍ୟାଟେରିରେ ନିଆଁ ଲାଗିଥିବା ଚାଳକ ଜାଣିବା ପରେ ବସ୍‌ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ।