ମୁମ୍ବାଇ,୧୫।୩: ସାଧାରଣତଃ ଷ୍ଟେଶନରେ ଟିକେଟ କାଟିବା ପରେ ଯାତ୍ରୀ ସେହିଠାରୁ ହିଁ ଟ୍ରେନରେ ଚଢ଼ିଥାନ୍ତି। ତେବେ ଭାରତରେ ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠି ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ କିନ୍ତୁ ଚଢ଼ନ୍ତି ଗୁଜରାଟରେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଏକ ଷ୍ଟେଶନ ମହାରାଷ୍ଟ୍ର-ଗୁଜରାଟ ସୀମାରେ ରହିଛି। ଷ୍ଟେଶନର ଟିକେଟ ଘର ମହାରାଷ୍ଟ୍ରର ସୀମାରେ ଥିବାବେଳେ ପ୍ଲାଟଫର୍ମ ଗୁଜରାଟରେ ରହିଛି। ସ୍ଥାନୀୟ ନଓ୍ବାପୁର ରେଳଷ୍ଟେଶନରେ ଏଭଳି ନିଆରା ଘଟଣା ଦେଖିବାକୁ ମିଳିଥାଏ। ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ପଡ଼ିଥିବା ଚେୟାରରେ ମଧ୍ୟ ଅଧାରେ ମହାରାଷ୍ଟ୍ର ଏବଂ ଅନ୍ୟ ଅଧକରେ ଗୁଜରାଟ ଲେଖାଯାଇଥିବାର ଦେଖିବାକୁ ମିଳେ।