Categories: ଜାତୀୟ

ଯାଦବପୁର ବିଶ୍ୱବିଦ୍ୟାଳୟରେ ବାବୁଲ ସୁପ୍ରିଓ ହଟ୍ଟହଟା

କୋଲକାତା,୧୯ା୯(ପି.ଟି.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟ୍ଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ କଳାପତାକା ଦେଖାଇବା ସହ ଠେଲାପେଲା କରିଥିଲେ। ବାମଦଳ ସମର୍ଥତ୍ତ ଦୁଇ ଛାତ୍ର ସଂଗଠନର ସଦସ୍ୟମାନେ ତାଙ୍କୁ କ୍ୟାମ୍ପସ୍‌ ବାହାରେ ଦେଢ଼ଘଣ୍ଟା ଧରି ଅଟକ ରଖିଥିଲେ। ‘ବାବୁଲ ସୁପ୍ରିୟୋ ଫେରିଯାଅ’ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ। ଅପରାହ୍ନ ୫ଟାରେ ସେ କ୍ୟାମ୍ପସ୍‌ ଛାଡୁଥିବାବେଳେ ପୁଣିଥରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିକ୍ଷୋଭକାରୀ ଛାତ୍ରଗୋଷ୍ଠୀ ତାଙ୍କ ରାସ୍ତା ଅବରୋଧ କରିଥିଲେ। ଛାତ୍ରମାନେ ତାଙ୍କ ଚୁଟି ଟାଣିବା ସହ ଠେଲାପେଲା କରିଥିବା ମନ୍ତ୍ରୀ କହିଛନ୍ତି। ସେ ରାଜନୀତି କରିବାକୁ ଆସି ନ ଥିଲେ। ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ବ୍ୟବହାରରେ ସେ ଦୁଃଖିତ ବୋଲି ବାବୁଲ ଖବରଦାତାମାନଙ୍କୁ କହିଛନ୍ତି।

Share