କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି। ୪୧ ବର୍ଷ ବୟସ୍କ ଯାଦୁକର ଚଞ୍ଚଳ ଲାହିରୀ ନିଜର ହାତଗୋଡ଼ ବାନ୍ଧି ଏକ ବାକ୍ସରେ କ୍ରେନ୍ ଦ୍ୱାରା ଗଙ୍ଗା ନଦୀରେ ବୁଡ଼ିଥିଲେ। ସେ ହାତଗୋଡ଼ ଖୋଲି ବାହାରି ଆସିବେ ବୋଲି କହିଥିଲେ। ତେବେ ତାହା ସମ୍ଭବ ହୋଇପାରି ନ ଥିଲା। ପୂର୍ବରୁ ସେ ଏଭଳି ୨ ଥର କରି ଦେଖାଇଥିବା କୁହାଯାଉଛି।