କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଙ୍ଗଳବାର ଗଙ୍ଗାନଦୀ ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଚଞ୍ଚଳ ଦକ୍ଷିଣ ୨୪ ପ୍ରଗଣା ଜିଲା ସୋନାରପୁର ନିକଟ ସୁଭାଷ ଗ୍ରାମରେ ରହୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ, ପୁଅ ଏବଂ ମା’ ଅଛନ୍ତି। ଯାଦୁଖେଳ ପ୍ରତି ତାଙ୍କର ରୁଚି ଥିଲା। କେତେବେଳେ ଆଖିରେ ପଟି ବାନ୍ଧି ଗାଡି ଚଲାଉଥିଲେ ତ ଆଉ କେତେବେଳେ ନଦୀରେ ହାତଗୋଡ଼ ବାନ୍ଧି ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ। କେବଳ ପଶ୍ଚିମବଙ୍ଗରେ ନୁହେଁ, ସାରା ଦେଶରେ ତାଙ୍କ ଦୁଃସାହସିକ ଯାଦୁ ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।