ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍‌ରେ ନିଆଁ: ବର୍ତ୍ତିଲେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ବାଲେଶ୍ୱର ଅଫିସ, ୧୨।୮-ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟରେ ସେହେନ୍‌ସା ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୫ଭି-୦୭୧୭) ରେ ଏସିରୁ ସର୍ଟସର୍କିଟ୍‌ ହୋଇ ସୋମବାର ଅପରାହ୍ନ ୨ଟା ୪୦ମିନିଟ୍‌ ସମୟରେ ନିଆଁ ଲାଗିଯାଇଥିଲା। ବସ୍‌ରେ ଥିବା ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ ବାହାରି ଆସିଥିଲେ। ଖବର ପାଇ ଜିଲା ଅଗ୍ନିଶମ ବିଭାଗ ଅଧିକାରୀ ପୂରନ ସୋରେନ କୁଇକ୍‌ ରେସପନ୍ସ ୟୁନିଟ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ବସ୍‌ଟି ଆଂଶିକ ପୋଡ଼ିଯାଇଥିବାର ଜଣାପଡ଼ିଛି। ବସ୍‌ଟି ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ବାହାରି ଭାୟା ଭୁବନେଶ୍ୱର ଦେଇ ବରଗଡ଼ ଯିବାର ଥିଲା।