ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ, ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨।୫(ଡି.ଏନ୍‌.ଏ.)-ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲି ସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୪ଟି ୟୁନିଟ୍‌ ରହିଛି। ଏଥିମଧ୍ୟରୁ ୧ମ ୟୁନିଟ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ଫଳରେ ଗତ ଶୁକ୍ରବାର ମଧ୍ୟାହ୍ନ ୧ଟା ୬ମିନିଟ୍‌ରୁ ସମ୍ପୁକ୍ତ ୟୁନିଟ୍‌ ବନ୍ଦ ରହିଛି । ଏଥିରୁ ଉତ୍ପାଦନ ହେଉଥିବା ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ବାଧାପ୍ରାପ୍ତ ହୋଇଛି। ଏନେଇ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ଇଲେକ୍ଟ୍ରିକାଲ୍‌ ସମସ୍ୟା ଯୋଗୁ ଏଭଳି ହୋଇଛି । ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବହୁଶୀଘ୍ର ୟୁନିଟ୍‌ କାର୍ଯ୍ୟକ୍ଷମହେବ ବୋଲି ସେ କହିଛନ୍ତି ।

Share