Categories: ବାଣିଜ୍ୟ

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି ଦରବୃଦ୍ଧି ଲାଗୁ ହେବ। ଇନପୁଟ ଏବଂ ମାଟେରିଆଲ କଷ୍ଟ ବୃଦ୍ଧିକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ବିଭିନ୍ନ ମଡେଲ ଏବଂ ଇନ୍ଧନ ପ୍ରକାର ଭେଦକୁ ନେଇ ମୂଲ୍ୟ ବୃଦ୍ଧି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବିଭିନ୍ନ ସେଗମେଣ୍ଟରେ କମ୍ପାନୀ ବର୍ତ୍ତମାନ ୧୨ ମଡେଲ ପ୍ରଦାନ କରୁଛି। ଏହା ମଧ୍ୟରେ ସାଣ୍ଟ୍ରୋ, ଗ୍ରାଣ୍ଡ ଆଇ୧୦ ନିଓସ, ଇଲାଇଟ ଆଇ୨୦, ଆକ୍ଟିଭ ଆଇ୨୦, ଏକ୍ସେଣ୍ଟ, ଭର୍ନା, ଏଲାଣ୍ଟ୍ରା,ଭେନ୍ୟୁ, କ୍ରେଟା, ଟକ୍‌ସନ, କୋନା ଇଲେକ୍ଟ୍ରିକ ଭଳି ମଡେଲ ରହିଛି। ଚେନ୍ନାଇଠାରେ ଏକ ଷ୍ଟେଟ ଅଫ୍‌ ଆର୍ଟ ମାନୁଫାକଚରିଂ ପ୍ଲାଣ୍ଟ ଦ୍ୱାରା ଏହା ସେବା ଯୋଗାଇ ଦେଉଛି।

Share