ଯାଯାବର ଜୀବନ ବିତେ ଶଗଡ଼ ଉପରେ…

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ। ଝିଅକୁ ବିବାହରେ ଏହି ସମ୍ପ୍ରଦାୟ ଶଗଡ଼ ଯୌତୁକ ଦେଇଥାନ୍ତି। ଶଗଡ଼ରେ ନିତିଦିନିଆ ଜୀବନରେ ବ୍ୟବହୃତ ସାମଗ୍ରୀ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୁହରଗଡ଼ିଆ ଘୁରି ବୁଲିଥାନ୍ତି। ଏହି ସମ୍ପ୍ରଦାୟର ପୁରୁଷ ଓ ମହିଳାମାନେ ଭାରି ପରିଶ୍ରମୀ। ପାଠପଢ଼ା ଅଧିକ ନ ଥିଲେ ମଧ୍ୟ ସେମାନେ ଅନେକ ଭାଷାରେ କଥା କହିଥାନ୍ତି। କୌଣସି ଭାଷାକୁ ସହଜରେ ଶିଖିବା କଳା ଏମାନଙ୍କ ପାଖରେ ରହିଛି। ସମ୍ପ୍ରଦାୟର ମହିଳାମାନେ ଶରୀରରେ ଚିତା କୁଟାଇଥାନ୍ତି।

Share