Categories: ଫୁରସତ

ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ

ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ସମ୍ପୂର୍ଣ୍ଣ ସଚେତନ। ଯାହାକୁ ମଣିଷ ଅଣଦେଖା କରି ଚାଲି ଯାଉଛନ୍ତି ସାମାନ୍ୟ ପଶୁଟିଏ ହୋଇ ମଧ୍ୟ ମାଙ୍କଡ଼ଟି ଏପରି କାମ କରିଛି, ମଣିଷ ନିଜକୁ ଲଜ୍ଜିତ ମନେ କରିବ।

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଲୋକେ ପାଣି ଟିକେ ପାଇଁ ହାହାକାର ହେଉଛନ୍ତି। ପାଣି ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ସଚେତନ ବି କରାଯାଉଛି। କିନ୍ତୁ ଲୋକେ ସଚେନତନ ହେଉନାହାନ୍ତି। କିଛି ଲୋକ ଅଛନ୍ତି, ଅଯଥାରେ ପାଣି ନଷ୍ଟ କରିଥାନ୍ତି। ଟ୍ୟାପ୍‌ରୁ ପାଣି ନେବା ପରେ ବନ୍ଦ ନ କରି ଚାଲିଯାଇଥା’ନ୍ତି। ଫଳରେ ପାଣି ନଷ୍ଟ ହୋଇଥାଏ। ଲୋକେ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ଏହା ଦେଖି ଆଦୌ ସହିପାରୁନି। ସେ ଚେଷ୍ଟା କରୁଛି ଟ୍ୟାପ୍‌ଟିକୁ ବନ୍ଦ କରିବା ପାଇଁ। ଶେଷରେ ସଫଳ ମଧ୍ୟ ହୋଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କିଛି ୟୁଜର ଲେଖିଛନ୍ତି ପ୍ରକୃତ ମଣିଷ କିଏ? ଆଉ କିଛି ଲେଖିଛନ୍ତି ସାଧାରଣ ମାଙ୍କଡ଼ଠାରୁ ମଣିଷ କିଛି ଶିକ୍ଷାଲାଭ କରୁ।

Share