Categories: ଜାତୀୟ

ଯିଏ ଯେତେ ବିରୋଧ କଲେ ବି ସିଏଏ ହେବନି ପ୍ରତ୍ୟାହାର: ଶାହ

ନୂଆଦିଲ୍ଲୀ,୨୧।୧: ଦେଶର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହାକୁ କେତେକ ବିରୋଧ କରୁଛନ୍ତି। ତେବେ ଯିଏ ଯେତେ ବିରୋଧ କଲେ ବି ସିଏଏ ପ୍ରତ୍ୟାହାର ହେବନି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶର ଲକ୍ଷ୍ନୌର ବଙ୍ଗଳା ବଜାରସ୍ଥିତ ରାମକଥା ପାର୍କରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏପରି କହିଛନ୍ତି। ବିରୋଧୀ ଦଳ ସିଏଏ ସମ୍ପର୍କରେ ନାନା ଗୁଜବ ସୃଷ୍ଟି କରୁଥିବା କହି ଶାହ କଡ଼ା ସମାଲୋଚନା କରିଛନ୍ତି।

Share