Categories: ଗଞ୍ଜାମ

ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍‌ ମୁଖୀ ଜିଲା ଟପ୍ପର

ବାଲିଗୁଡ଼ା,୨୨ା୬ (ଡି.ଏନ୍‌.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍‌ ମୁଖୀ ୪୯୦ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲାରେ ଟପ୍ପର ହୋଇଛନ୍ତି। ସେ ୮୧ ପ୍ରତିଶତ ମାର୍କ ରଖିଛନ୍ତି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୧୧ ଜଣ ଛାତ୍ରୀଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୧୭ ଜଣ ଏବଂ ତୃତୀୟ ସ୍ଥାନରେ ୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।