ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟର ନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଛି। କଲେଜର ୪ଜଣ ଛାତ୍ର ଛାତ୍ର ଅଭିଶେକ ମିଶ୍ରଙ୍କୁ ମାରପିଟ୍‌ କରିଛନ୍ତି। ସେମାନେ ଅଭିଶେକଙ୍କ ହାତଗୋଡ଼ ବାନ୍ଧି ଲୁହାଛଡ଼, ବେଲ୍ଟ ଏବଂ ବାଡ଼ି ସାହାଯ୍ୟରେ ପିଟିଥିବା ପରିବାରବର୍ଗ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ଘଟଣାକୁ ତିନି ଦିନ ବିତିଥିଲେ ସୁଦ୍ଧା କଲେଜ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ସଙ୍କ୍ରାନ୍ତରେ ଜଣାଇ ନ ଥିଲେ। ଏପରିକି ମାର୍‌ପିଟ୍‌ କରିଥିବା ଉକ୍ତ ୪ ଛାତ୍ରଙ୍କୁ କଲେଜରୁ ଛୁଟି ଦେଇ ଘରକୁ ପଠାଇ ଦିଆଯାଇଥିବା ବେଳେ ମାମଲା ରଫାଦଫା କରିବାକୁ କଲେଜ ଚେୟାରମ୍ୟାନ ଆନନ୍ଦ ଅଗ୍ରଓ୍ବାଲ ଚାପ ପକାଉଥିବା ପରିବାରଲୋକେ କହିଛନ୍ତି। ଏ ନେଇ କଲେଜର ଚେୟାରମ୍ୟାନ ଆନନ୍ଦ ଅଗ୍ରଓ୍ବାଲଙ୍କ ସହ ଯୋଗାଯୋଗ କରାଯାଇଥିବା ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

Share