ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ : ପାସ୍‌ ହାର ୯୨.୨୧%

କେନ୍ଦୁଝର, ୨ା୬(ସ୍ବ.ପ୍ର.)-ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା ପାସ ହାର ରହିଛି ୯୨.୨୧% ରହିଥିବା ଜଣାପଡିଛି। ସମୁଦାୟ ୪୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୦୩ ଜଣ ପାସ କରିଥିବା ଜଣାପଡିଛି ା ବିଜ୍ଞାନରେ ସମୁଦାୟ ୧୮୨ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧ ଜଣ ପାସ କରିଥିବା ବେଳେ ପାସ ହାର ୯୩.୯୫ ପ୍ରତିଶତ ରହିଛି ା ସେହିପରି କଳାରେ ୧୨୫ ରୁ ୧୧୭ ଜଣ ପାସ କରିଥିବା ବେଳେ ପାସ ହାର ୯୩.୬ ପ୍ରତିଶତ ରହିଛି ା ବାଣିଜ୍ୟ ବିଭାଗରେ ୧୩୦ ଜଣଙ୍କ ମଧରୁ ୧୧୩ ଜଣ ପାସ କରିଥିବା ବେଳେ ପାସ ହାର ୮୮.୪୬ ପ୍ରତିଶତ ରହିଛି ା ଭୂତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରିୟଙ୍କା ସାହୁ ସର୍ବାଧିକ ନମ୍ବର (ଡିଷ୍ଟିଙ୍କସନ ସହିତ ପ୍ରଥମ ଶ୍ରେଣୀ), ଓ ଗ୍ରେଡ ରଖି ମହାବିଦ୍ୟାଳୟର ଟପ୍ପର ହେବା ସହ ବିଜ୍ଞାନ ବିଭାଗରେ ମଧ୍ୟ ସର୍ବାଧିକ ନମ୍ବର ରଖିଥିବା କଲେଜ ପକ୍ଷରୁ ବରିଷ୍ଠ ଅଧ୍ୟାପକ ଦାମୋଦର ସାହୁ ସୂଚନା ଦେଇଛନ୍ତି। କଳା ବିଭାଗରେ ମାଧବ ଦେହୁରୀ ଅର୍ଥନୀତି ବିଷୟ ରଖି ଟପ୍ପର ହୋଇଛନ୍ତି। ବାଣିଜ୍ୟ ବିଭାଗରେ ସୁଚିତାରାଣୀ ସାହୁ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି। ଫଳାଫଳ ଘୋଷଣା ପରେ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ା