ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର ଓ ପୋଷାକ ଆଦି ଯୋଗାଇ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ଏହା ପୂର୍ବରୁ ୟୁକ୍ରେନ୍‌କୁ ୩୫୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଣ ନିମନ୍ତେ ବ୍ଲିଙ୍କେନ୍‌ ଘୋଷଣା କରିଥିଲେ। ତୃତୀୟ ପ୍ୟାକେଜ ସହାୟତାରେ ୟୁକ୍ରେନ୍‌କୁ ଘାତକ ପ୍ରତିରକ୍ଷା ସାମଗ୍ରୀ ଯୋଗାଯିବ ବୋଲି ସେ କହିଛନ୍ତି।

Share