Categories: ଜାତୀୟ

ଯୁଦ୍ଧବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ କର ନାହିଁ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଯୁଦ୍ଧ ବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ ରଖାଯାଇପାରିବ ନାହିଁ। କରୋନା ବିରୋଧୀ ଲଢ଼େଇରେ ସାମିଲ ଡାକ୍ତରଙ୍କୁ ବେତନ ପ୍ରଦାନରେ ବିଳମ୍ବ କରାଯିବା ଉଚିତ ନୁହେଁ। ତୁରନ୍ତ ଅର୍ଥ ଯୋଗାଡ଼ କରି ସେମାନଙ୍କ ସମସ୍ୟା ଦୂର କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବେତନ ନ ମିଳିବା ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ, ସରକାର ଏହାର ସମାଧାନ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ। କୋଭିଡ୍‌-୧୯ ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ବେତନ ଦିଆଯାଉ ନ ଥିବା, ବେତନ କାଟ୍‌ କରାଯାଉଥିବା ଓ ବିଳମ୍ବ କରାଯାଉଥିବା ନେଇ ଜଣେ ଡାକ୍ତର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ସେହିପରି କୋଭିଡ୍‌-୧୯ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ନିୟମରେ ୧୪ ଦିନ କ୍ୱାରାଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇ ନ ଥିବାରୁ ଏହାକୁ ନେଇ ମଧ୍ୟ ଡାକ୍ତର ପ୍ରଶ୍ନ ଉଠାଇଥିଲେ।

Share