Advertisement

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ବୁଧବାର ପୋଲିସ ମାରଣାସ୍ତ୍ର ଜବତ ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱୟ ହେଲେ ଯୋଡ଼ା ସହର ୭.ନଂ ଓ୍ବାର୍ଡ ଉଲି ହଟିଂ ଶହୀଦନଗରର ସାଗର ରାଜ(୨୫) ଓ ୩ନଂ. ଓ୍ବାର୍ଡ କୁନ୍ଦୁରୁନାଲାର ମୁନା ଓରାମ୍‌ (୧୯)। ଯୋଡ଼ା ଥାନା ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ବାଂଶପାଣିର ଯୁବକ ବିକ୍ରାନ୍ତ ନାୟକଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଉକ୍ତ ଦୁଇ ଯୁବକଙ୍କୁ ପୋଲିସ ବୁଧବାର ସକାଳେ ଗିରଫ କରିଥିଲା। ଉକ୍ତ ଯୁବକ ଦ୍ୱୟ ୩ଟି ବାଇକ୍‌ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ପିସ୍ତଲ ଦେଖାଇ ଦାଦାବଟି ଆଦାୟ କରୁଥିଲେ। ପୋଲିସ ଖବର ପାଇ ଚଢ଼ାଉ କରି ସେମାନଙ୍କଠାରୁ ୩ଟି ବାଇକ, ଗୋଟିଏ ପିସ୍ତଲ ସହ ୨ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ଖଣ୍ଡା ଓ ୨ଟି ମୋବାଇଲ ଜବତ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ଯୋଡ଼ା ଥାନା କେସ୍‌ ନଂ. ୧୪୦/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share