ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଆଖି ତାଡି ନିଆଯାଇଥିବାବେଳେ ତାଙ୍କ ଯୌନାଙ୍ଗ ମଧ୍‌ୟ କାଟି ଦେଇଛନ୍ତି ଦୁର୍ବୃତ୍ତ।ମୃତ ଯୁବକ ଜଣଙ୍କ ନିକଟସ୍ଥ ଏକ କ୍ରସରରେ କାମ କରୁଥିଲେ। ତାଙ୍କ କାହିଁିକି ହତ୍ୟା କରାଗଲା ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି। ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share