Categories: କନ୍ଧମାଳ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍‌ ଚାଳକ ଅଟକ

ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ମହାଦେବ ତାଙ୍କ ୨ ଭାଇଙ୍କ ସହ ଦାରିଙ୍ଗବାଡ଼ି ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ କେତେକ ଲୋକେ ଆପୋଷ ସମାଧାନ ପାଇଁ ଡାକିଥିଲେ। ଦୁଇପକ୍ଷଙ୍କ ମଧ୍ୟରେ ସମାଧାନ ହେବା ପରେ ଲିଖିତ ଚୁକ୍ତିନାମା ହୋଇଥିଲା। ପରେ ଚାଳକ ଏବଂ କେତେଜଣ ଯୁବକ ବସ୍‌ ନେବାକୁ ସିମନବାଡ଼ି ଯାଇ ସେଠାରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଚାଳକ ବସ୍‌ ଚଢାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ସିମନବାଡ଼ି ଗ୍ରାମବାସୀ ଏବଂ ଦାରିଙ୍ଗବାଡ଼ି ଅଞ୍ଚଳର କେତେଜଣ ଯୁବକଙ୍କର ବସ୍‌ ଚାଳକଙ୍କ ହାତାହାତି ହୋଇଥିଲା। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ ସଦଳବଳ ପହଞ୍ଚତ୍ ତଦନ୍ତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖିଛନ୍ତି।
ପ୍ରକାଶଯେ ମଙ୍ଗଳବାର ବସ୍‌ଟି ବ୍ରହ୍ମପୁରରୁ ଆସି ରାତି ୧୦ଟାରେ ସିମନବାଡ଼ିରେ ରହିଥିଲା। ମହାଦେବଙ୍କ ଜଣେ ସମ୍ପର୍କୀୟ ରାତି ପ୍ରାୟ ୧୧ଟାରେ ଆସି ତାଙ୍କ ଅଟୋରେ ତେଲ ସରିଯାଇଥିବାରୁ ସହଯୋଗ କରିବାକୁ ଡାକିଥିଲେ। ପାଖ ବଜାରରେ ଥିବା ଏକ ଦୋକାନୀକୁ ମହାଦେବ ଡିଜେଲ ଦେବାକୁ ଡାକିଥିଲେ। ପାଟି ଶୁଣି ବସ ଚାଳକ ବାହାରକୁ ଆସି ମହାଦେବଙ୍କୁ ମାଡ ମାରିଥିଲେ। ପରିବାର ଲୋକେ ପହଞ୍ଚତ୍ୟିବାରୁ ଚାଳକ ଏବଂ ଅନ୍ୟଷ୍ଟାଫ ଫେରାର ହୋଇଯାଇଥିଲେ।