ଯୁବକଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଣନ୍ତୁ କ’ଣ ଥିଲା ଅପରାଧ

ଲଣ୍ଡନ, ୧।୮: ଲଣ୍ଡନରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କ ଛୋଟ ଭୁଲ ପାଇଁ ତାଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଶେନ୍‌ ଜେନକିଙ୍ଗ୍ସ ନିଜ ସାଙ୍ଗ କେନେଥ ବେଲଙ୍କ ଘରକୁ ଯାଇ ତାଙ୍କ ଝରକା ଭାଙ୍ଗିଦେଇଥିଲେ। ଫଳରେ ସେ କୋର୍ଟ ଅଭିଯୋଗ କରିବା ପରେ ଜେନକିଙ୍ଗ୍ସଙ୍କୁ ସମରସେଟ୍‌ କୋର୍ଟ ୫୦ ମିନିଟର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସେ ୫୦ ମିନିଟ୍‌ ଜେଲରେ ରହି ମୁକୁଳିଥିଲେ। ପରେ ନିଜ ସାଙ୍ଗଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

Share