Categories: ଗଞ୍ଜାମ

ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ

ପୁରୁଷୋତ୍ତମପୁର,୩ ।୬( ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ଭୂତସରସିଙ୍ଗି ପଞ୍ଚାୟତ କଇଠଡା ଗ୍ରାମରେ ଶନିବାର ସନ୍ଧ୍ୟାରେ ଡାକ୍ତର ପ୍ରଧାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲଶ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଗାନ୍ଧୀ ପ୍ରଧାନ ଓରଫ ମାଧବ। ଥାନା କେସ ନଂ.୧୨୭/୧୯ ପ୍ରକାରେ ତାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ ହୋଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।
ପୋଲିସ ଆହୁରି ସୂଚନା ଦେଇଛି ଯେ, ୩ ମାସ ତଳେ ଡାକ୍ତର ଓ ଗାନ୍ଧୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ସେ ସମୟରେ ଗାନ୍ଧୀଙ୍କୁ ଡାକ୍ତର ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ପରେ ଉଭୟେ ଉଭୟଙ୍କୁ ଆକ୍ଷେପ ପ୍ରତିଆପେକ୍ଷ କରୁଥିଲେ। ଶନିବାର ସନ୍ଧ୍ୟାରେ ଡାକ୍ତର ଗ୍ରାମର ଏକ ମଣ୍ଡପରେ ବସିଥିବା ବେଳେ ଖଣ୍ଡାରେ ହାଣି ପକାଇଥିଲେ ବୋଲି ଜେରା ବେଳେ ଗାନ୍ଧୀ ସ୍ବୀକାର କରିଥିବା ଆଇଆଇସି କହିଛନ୍ତି । ଡାକ୍ତରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।