Categories: ଯାଜପୁର

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଛତିଆ,୬ା୬(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଛତିଆ ପଞ୍ଚାୟତ ଏକଡ଼ାଳିଆ ଗ୍ରାମର ଭାଗ୍ୟଧର ପ୍ରଧାନ(୨୪) ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳୁ ପରିବାର ଲୋକେ ଜାଣିବା ପରେ ଛତିଆ ବିଟ୍‌ ହାଉସକୁ ଖବର ଦେଇଥିଲେ। ଛତିଆ ବିଟ୍‌ ହାଉସ ଅଧିକାରୀ ଜଗଦୀଶ କର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।