Categories: ଫୁରସତ

ଯୁବକଙ୍କ କାନରୁ ବାହାରିଲା ୧୧ ଅସରପା

ବେଳେବେଳେ ଆମ ସହ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାର କଳ୍ପନା ମଧ୍ୟ କେହି କେବେହେଲେ କରି ନ ଥିବେ। ଚାଇନାର ଗୁଆଣ୍ଡଡୋଙ୍ଗରେ ରହୁଥିବା ୨୪ ବର୍ଷୀୟ ଯୁବକ ଲବଙ୍କ କ୍ଷେତ୍ରରେ ସେମିତି କିଛି ଘଟିଛି ଘଟଣା। ପ୍ରକୃତ କଥା ହେଲା, ଏକଦା ଲବଙ୍କ ଡାହାଣ କାନ ଜୋରରେ ବିନ୍ଧା ହୋଇଥିଲା। କାନରେ କ’ଣ ପଶିଯାଇଛି ଭାବି ସେ ଡାକ୍ତରଙ୍କ ପାଖକୁ ଦେଖାଇବାକୁ ଗଲେ। ଡାକ୍ତର ପରୀକ୍ଷା କରିବା ପରେ ଯାହା ଦେଖିଲେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ। ଲବଙ୍କ କାନରେ ଅସରପା ଘର କରିଯାଇଥିଲା। ତାଙ୍କ କାନରୁ ୧୦ରୁ ଅଧିକ ଛୋଟ ଅସରପା ସହ ଗୋଟିଏ ବଡ଼ ଅସରପା ବାହାରିଥିଲା। ଅସରପାଗୁଡ଼ିକ ଲବଙ୍କ କାନ ନଳୀର ବହୁତ କ୍ଷତି କରିଥିଲେ। ମାତ୍ର ଅସରପା ତାଙ୍କ କାନରେ କେବେଠାରୁ ଥିଲେ ତାହା ଡାକ୍ତର ଜାଣିପାରିଲେ ନାହିଁ। ସତ କଥା ଜାଣିବା ପରେ ଲବ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Share