ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ପୁଡାମାଲ ଗ୍ରାମ ନିକଟ ଏକ ବୁଦାମୂଳରୁ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ପୁଡାମାଲ ଗ୍ରାମର ଗୁଣସାଗର ଦାସ(୪୭ )। କେହି ଦୁର୍ବୃତ୍ତ ତାଙ୍କୁ ଗଳାକାଟି ହତ୍ୟା କରିଥିବା କୁହାଯାଉଛି। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନାନୁଯାୟୀ, ରବିବାର ଗୁଣସାଗର କୌଣସି କାମରେ ଘରୁ ବାହାରକୁ ଯାଇଥିଲେ। ମାତ୍ର ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି।