ଯୁବକଙ୍କ ଗୋଡ଼ରେ ମାଡ଼ିଗଲା ରଥ ବ୍ରେକ୍‌

ବାରଙ୍ଗ,୧୩।୭(ଡି.ଏନ୍‌.ଏ.):ବାରଙ୍ଗ ଅଞ୍ଚଳରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଚାଲୁଥିବା ବେଳେ ରଘୁନାଥପୁର ଗ୍ରାମମୁଣ୍ଡରେ ଏକ ଅଘଟଣ ଦେଖିବାକୁ ମିଳିଛି। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେମାନ ହୋଇ ରଘୁନାଥପୁର ଗ୍ରାମମୁଣ୍ଡ ମାଉସୀ ମା’ ମନ୍ଦିରକୁ ଆସିଥାନ୍ତି। ଶୁକ୍ରବାର ବାହୁଡ଼ା ଯାତ୍ରା ଅବସରରେ ଅପରାହ୍ନ ୫ଟାରେ ମାଉସୀ ମା’ ମନ୍ଦିରରୁ ରଥକୁ ଭକ୍ତମାନେ ଟାଣି ନେଉଥିଲେ। ରଘୁନାଥପୁର ପୋଖରୀ ଛକଠାରେ ରଥ ପହଞ୍ଚତ୍ବା ସମୟରେ ପ୍ରମୋଦ ପୃଷ୍ଟି ନାମକ ଯୁବକ ରଥ ଟାଣିବାକୁ ଆସିଥିଲେ। ମଦ୍ୟପାନ କରି ରଥ ଭିଡ଼ୁଥିବାବେଳେ ତାଙ୍କ ଗୋଡ଼ ଖସିଯାଇ ତଳେ ପଡିଯାଇଥିଲେ। ଫଳରେ ରଥର ବ୍ରେକ ତାଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଏକ ଘରୋଇ ମେଡିକାଲ ପରେ କଟକ ବଡ ମେଡିକାଲକୁ ନେଇଥିଲେ। ସେହିଭଳି ଦୁଲାଦେଇ ଛକ ପାଖରେ ଅନ୍ୟ ଏକ ଭକ୍ତଙ୍କ ଗୋଡ ଉପରେ ରଥଚକ ଚଢ଼ିଯାଇଥିଲା।

Share