ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର ବିଶ୍ୱରଞ୍ଜନ ସ୍ବାଇଁ। ସୂଚନା ଅନୁଯାୟୀ, ବିଶ୍ୱରଞ୍ଜନ ପାରିବାରିକ ସମସ୍ୟା ଓ ଶାରୀରିକ ଅସୁସ୍ଥତା କାରଣରୁ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ। ପାଟସୁନ୍ଦରପୁର ନଇକୂଳ ସାହି ଟୁଙ୍ଗି ନିକଟରେ ଥିବା ଏକ ଆମ୍ବଗଛରେ ତାଙ୍କ ମୃତଦେହ ଝୁଲୁଥିବା ବୁଧବାର ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଥିଲା। ଏ ସମ୍ପର୍କରେ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨/୧୯)ରୁଜୁକରି ତଦନ୍ତ ଚଳାଇଛି।

Share