Categories: ଗଞ୍ଜାମ

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ପୋଡା ଗ୍ରାମର ବିପିନ ବାଡ଼ତ୍ୟା। ମାତ୍ର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି। ବାପାଙ୍କୁ କେହି ହତ୍ୟା କରିଥିବା ପୁଅ ଶିବ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ,ବିପିନ ଗଜପତି ଜିଲାର ଏକ ହୋଟେଲରେ କାମ କରୁଥିବା ବେଳେ ୨ ଦିନ ହେଲା ଗାଁକୁ ଆସିଥିଲେ। ଗତକାଲି ବିପିନ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଖବର ପାଇ ନଥିଲେ।
ସକାଳେ ଗାଁର କିଛି ମହିଳା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ମୃତଦେହ ଦେଖିଥିଲେ। ଖବରପାଇ ପାଟପୁର ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା ପଠାଇଛନ୍ତି।