ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବେତନଟୀ,୧।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ କେଶିପୁର ଫାଣ୍ଡି ଅଞ୍ଚଳ ସରୁଶୋଳ ଗ୍ରାମ ନିକଟରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହାଟଡିହୀ ଗ୍ରାମର ଗୋପୀନାଥ ନାଏକ (୩୫)।
ସୂଚନାନୁଯାୟୀ, ଗୋପୀନାଥ ଶନିବାର ରାତିରେ ୩ ଜଣ ଯୁବକଙ୍କ ସହ ସରୁଶୋଳ ଗ୍ରାମକୁ ଆସି ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନଥିଲା। ରବିବାର ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଗୋପୀନାଥଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଅପରପକ୍ଷେ ଉକ୍ତ ଯୁବକମାନେ ଫେରାର ଥିବା ଜଣାପଡିଛି। ବେତନଟୀ ପୋଲିସ ୧୦୪/୧୯ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।