ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାରଙ୍ଗ/ନରାଜ,୧୧।୯(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମମୁଣ୍ଡ ତାରିଣୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ଡରେ କ୍ଷତ ଲାଗିଥିବା ବେଳେ ପରିଚୟ ମିଳିପାରି ନାହିଁ। ତେବେ ତାଙ୍କୁ ମାରି କେହି ସେଠାରେ ପକାଇଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।