ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ହାଟଡିହୀ,୨୯ା୫(ସ୍ବ.ପ୍ର): ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ା ମୃତ ଯୁବକ ଜଣଙ୍କ ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ବରାଙ୍ଗ ଗା୍ରମର ପ୍ରକାଶ ଜେନା (୨୭) ବୋଲି ଜଣାପଡ଼ିଛି ା ସେ ମଙ୍ଗଳବାର ସକାଳୁ ନିଖୋଜ ଥିବା ପରିବାର ପକ୍ଷରୁ କୁହାଯାଉଛି। ପାରିପାର୍ଶିକ ସ୍ଥିତିରୁ ତାହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ମୃତକଙ୍କ ଶରୀରରେ କ୍ଷତ ଥିବାବେଳେ ସେଠାରେ ରକ୍ତଛିଟା ପଡ଼ିଥିବାର ଦେଖାଯାଇଛି ା ତୁରନ୍ତ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରାଯିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି ା