Advertisement
Categories: ଗଞ୍ଜାମ

ଯୁବକଙ୍କ ମୃତଦେହ ଉଦ୍ଧାର

ଆସିକା,୧୯।୪(ଡି.ଏନ୍‌.ଏ.):ଆସିକା ଥାନା ବାବନପୁର-ଢୁଙ୍କୁଣି ରାସ୍ତା କଡରେ ଏକ ଚାଷଜମିରୁ ଗୁରୁବାର ରାତିରେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ଏହି ଥାନା ଅନ୍ତର୍ଗତ ଖାରିଆ ଗ୍ରାମର ଚିତ୍ରସେନ ପ୍ରଧାନ (୨୨)। ପୋଲିସ ମୃତଦେହ ଉଦ୍ଧାର କରି ଶୁକ୍ରବାର ଆସିକା ସରକାରୀ ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ନଂ.୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ଅପରପକ୍ଷେ ମୃତ ଚିତ୍ରସେନଙ୍କ ବାପା ରଘୁନାଥ ଅଂଶୁଘାତ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel