ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଗାଁ ଲୋକେ ଆତଙ୍କିତ

ପଡିଆବାହାଲ, ୫।୪(ଡି.ଏନ.ଏ.) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ କବରାପାଲି ପଞ୍ଚାୟତର ତୁରିପଡାରେ ରବିବାର ସକାଳେ ଜଣେ ବହିରାଗତ ଯୁବକଙ୍କ ହଠାତ୍ ମୃତ୍ୟୁ ଘଟିଛି। ସଦର ଥାନା ପୋଲିସ ମୃତଦେହ ଜବତ କରି ବୁର୍ଲା ଭିମସାରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚାଲୁ ରଖିଛି। ତେବେ କରୋନାରେ ତାଙ୍କର ମୃତ୍ୟୁ ହୋଇଥାପାରେ ବୋଲି ଆଶଙ୍କା କରି ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଚେନ୍ନାଇରେ କାମ କରୁଥିବା ବଣାଇ ଅଞ୍ଚଳର ଏହି ଯୁବକ ଜଣକ ଲକଡାଉନ ଯୋଗୁ ଘରକୁ ଫେରି ଆସିଥିଲେ । ହେଲେ ଗାଁ ଲୋକେ ପଶିବାକୁ ନ ଦେବାରୁ ଯୁବକ ଜଣକ ମାମୁଁ ଘର ତୁରିପଡାକୁ ଆସି ରହୁଥିଲେ।

Share